ଭୁଲ୍ ରେ  OPT OUT  ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି

0

ଭୁବନେଶ୍ୱର: ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ‘ସୁଭଦ୍ରା’ରୁ OPT OUT ହୋଇଯାଇଥିଲେ । ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି ।

ଭୁଲ୍ ରେ  OPT OUT  ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି । ଏବେ ପୋର୍ଟାଲରେ ହୋଇଛି ଗୋଟେ ନୂଆ OPT IN ବ୍ୟବସ୍ଥା। ଯେଉଁମାନେ OPT IN  କରିବାକୁ ଚାହୁଁଛନ୍ତି  ସେମାନେ ପୋର୍ଟାଲ ରେ LOG IN  କରି OPT IN କରିପାରିବେ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ଆମ ସରକାର ପ୍ରତିଶୃତିବଦ୍ଧ ।ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା |