ଏମଭି ୭୯ ରାମ ନାଗରଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା ;ତାଣ୍ଡାବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମଭି ୭୯ (ରାମ ନାଗର)ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ହନୁମାନ ମନ୍ଦିର ପରିସର ରୁ ଶୋଭାଯାତ୍ରା ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଏମଭି ୭୯ ଅଞ୍ଚଳ ଦେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଟିକୁ ତାଣ୍ଡାବାଇ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ସିରିସା କାରାମି, କେ ଇଶ୍ଵର ରାଓ, ତାଣ୍ଡାବାଇ  ସରପଞ୍ଚ ସତ୍ୟ ମାଡକାମି, ବିଜେପି ମାଲାଭରମ ମଣ୍ଡଳ ସଭାପତି ନାରାୟଣ ସରକାର, ପୂର୍ବତନ ଜିଲ୍ଲାପରିଷଦ ପରିତୋଶ ସରକାର, ଆଦି ବହୁ ଉପସ୍ଥିତ ଥିଲେ। ଏମଭି ୭୯ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଡ. ଶ୍ୟାମା ପ୍ରସାଦ ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ, ଆଦି ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପତାକା ନେଇ ଯାତ୍ରା କରିଥିଲେ।