ଆଗେଇବ ପଛୁଆ ଜିଲ୍ଲା କାରଣ ପଛୁଆ ଜିଲ୍ଳାରେ ପାୱାରଫୁଲ ନେତା

ବ୍ୟୁରୋ : ଆରମ୍ଭ ହେଲା ମୋହନ ସରକାର । ବଲାଙ୍ଗିର ଜିଲ୍ଲାରୁ ଏଥର ସରକାରରେ ଅଛନ୍ତି ପାଓ୍ବାରଫୁଲ ନେତା । ଜଣେ ଉପ-ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟଜଣେ କ୍ୟାବିନେଟ ମନ୍ତ୍ରୀ । ଏଥର ମୋହନ ସରକାରଙ୍କ ନିଷ୍ପତି ପଛୁଆ ଜିଲ୍ଲାକୁ ଆଗୁଆ କରିବା। କାରଣ ନିର୍ବାଚନ ପୂର୍ବରୁ ବର୍ତମାନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯେଉଁଭଳି ଜନତାଙ୍କ ପାଇଁ ସ୍ୱର ଉଠାଇଥିଲେ ତାହା ବାସ୍ତବରେ ପ୍ରଶଂସନୀୟ | ଜଣେ ରାଜା ହୋଇ ସାଧାରଣ ଲୋକଙ୍କ ହକ ପାଇଁ ଥାନା ଆଗରେ ନିର୍ବାଚନ ପୂର୍ବରୁ ଦେଇଥିଲେ ଧାରଣା | ଲୋକଙ୍କ ପ୍ରତି ଏଭଳି ସୌହାର୍ଦ୍ୟ ପୁର୍ଣ ଭାବମୂର୍ତ୍ତି ପାଇଁ ଏଥର ପାଟଣାଗଡରେ ସେ ବିଧାୟକ ଭାବେ ଜିତି ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି | ଆଉ ସଂକଳ୍ପ ନେଇଛନ୍ତି ଆଉ ଲୋକଙ୍କ ପ୍ରତି ଯେପରି ଅନ୍ୟାୟ ନ ହୁଏ | ଏହା ଛାଡ ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଅଂଚଳ ଭାବେ ପରିଚିତ | ଏଠିକାର ଲୋକେ ଅନ୍ୟ ରାଜ୍ୟକୁ ବହୁମାତ୍ରାରେ ଦାଦନ ଖଟିବାକୁ ଯିବାର ନଜର ରହିଛି | ଏହି ଦାଦନ ଅଂଚଳର ରାଜା ଏବେ ଉପମୁଖ୍ୟମନ୍ତ୍ରୀ, ଏଣୁ ସାଧାରଣ ଲୋକଙ୍କ ଆସ ଆକାଂକ୍ଷା ତାଙ୍କ ପ୍ରତି ବଢିବା ସ୍ୱାଭାବିକ |

କେବଳ କନକ ବର୍ଦ୍ଧନ ସିଂଦେଓ ନୁହନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଉପରେ ମଧ୍ୟ ଆସ୍ଥା ରଖିଛନ୍ତି ଜନତା | କାରଣ ବିଧାନସଭା ହେଉ କି ଗାନ ମାଧ୍ୟମ ସବୁବେଳେ ସେ ମଧ୍ୟ ବଲାଙ୍ଗିରବାସୀଙ୍କ ପାଇଁ ଥିବା ଅବ୍ୟବସ୍ଥା କଥା ସ୍ୱର ଉତ୍ତୋଳନ କରିଥାନ୍ତି | ଏଣୁ ପୁଣି ଥରେ ଲୋଇସିଂହାବାସୀ ତାଙ୍କୁ ବିଧାୟକ ଭାବେ ବାଛିଛନ୍ତି | ଏଣୁ ଚଳିତ ଥର ବିଜେପି ସରକାରକୁ ଆସିଥିବାରୁ ମୁକେଶ ମାହାଳିଙ୍ଗଙ୍କୁ ମିଳିଛି କ୍ୟାବିନେଟ ମନ୍ତ୍ରୀ ପଦ | ବାରମ୍ବାର କପା ଏବଂ ଦାଦନଙ୍କ ପାଇଁ ସ୍ୱର ଉଠାଉଥିବା ମୁକେଶ ମନ୍ତ୍ରୀ ହୋଇଥିବାରୁ ଜନତା ବିକାଶ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି | ଏପଟେ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଲାଙ୍ଗୀର ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ଭେଟରନ ନେତା ନରସିଂହ ମିଶ୍ର | ଜିଲ୍ଲାର ଏକମାତ୍ର ବିଜେଡି ବିଧାୟକ ବି ଉଭୟ ମନ୍ତ୍ରୀଙ୍କ ପାଖରୁ ବିକାଶ ଦିଗରେ ବେଶ ଆଶାବାଦୀ ଅଛନ୍ତି |