ନୂଆଦିଲ୍ଲୀ: ୪ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ । ତାମିଲନାଡୁ , କର୍ଣ୍ଣାଟକ, ମେଘାଳୟ ଓ ଗୁଜୁରାଟରେ ଥରାଇଛି ଭୂକମ୍ପ । ତେବେ ଏହି ଭୂକମ୍ପ ସାମାନ୍ୟ ଧରଣର ହୋଇଥିବା ବେଳେ ରିକ୍ଟେର ସ୍କେଲରେ ୪ ତୀବ୍ରତାରୁ କମ ଥିବା କୁହାଯାଉଛି । ଗୁଜରାଟ କଛରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମେଘାଳୟରେ ୩.୮ ତୀବ୍ରତାର ଝଟକା ଅନୁଭୂତ ହୋଇଛି । ସେହିପରି ତାମିଲନାଡୁରେ ୩.୨ ତୀବ୍ରତା ରେକର୍ଡ କରାଯାଇଥିବା ବେଳେ କର୍ଣ୍ଣାଟକରେ ୩.୧ ତୀବ୍ରତା ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।