ରାୟଗଡା/ ମନୋଜ କୁମାର ସାହୁ: ବାଘ ଛାଲ ଡିଲ କରୁଥିବା ଧରାପଡିଲେ ୨ ମାଫିଆ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ବାଘଚମଡା କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝିବୋଲି ଜଣାପଡିଛି । ସେମାନଙ୍କଠାରୁ ଦୁଇଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ତେବେ ଏହି ଦୁଇ ଚମଡା କେଉଁଠୁ ଆଣିଲେ, ନିଜେ ଶିକାର କରିଛନ୍ତି ନା ମିଡିଲ ମ୍ୟାନ ହୋଇ କାରବାର କରୁଥିଲେ ସେନେଇ ଖୋଲତାଡ କରୁଛି ଏସଟିଏଫ୍ । କଳରାପତରିଆ ବାଘ ଚମଡା କାରବାର ନେଇ ମାମଲା ରୁଜୁ କରିବା ସହ ସେମାନଙ୍କୁ ରାୟଗଡା ଏସଡିଜେଏମ କୋର୍ଟଚାଲାଣ କରାଯାଇଛି।