ଜାପାନରେ ଭୂମିକମ୍ପ ଅନୁଭୂତ, ସୁନାମୀ ପାଇଁ ଚେତାବନୀ

ଜାପାନା: ଜାପାନରେ  ଭୂମିକମ୍ପ ଅନୁଭୂତ । ଭୂମିକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୬.୬ ତିର୍ବତା ରହିଥିବା ବେଳେ ଅଞ୍ଚଳରେ ସୁନାମୀର ଚେତାବନୀ ଦେଇଛନ୍ତି  ଜାପାନର ପାଣିପାଗ ବିଭାଗ । ଆଜି ଦିନ ଜାପାନୀ ସମୟରେ ୧୧ଟା ହୋଇଥିବା ବେଳେ ଏହି ଭୂମିକମ୍ପ  ଅନୁଭୂତ ହୋଇଛି  ।  ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା ପ୍ରିଫେକ୍ଟର ଠାରୁ ପଶ୍ଚିମରେ କାଗୋସିମା ପ୍ରିଫେକ୍ଟର ପର୍ୟ୍ୟନ୍ତ ୦.୨ ମିଟର ତରଙ୍ଗ ହେବାର ଆଶଙ୍କା ରହିଛି। ସତର୍କତା ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା  ।