ପାଟଣାଗଡ଼ / ଜଗନ୍ନାଥ ଧରୁଆ : ବଜ୍ରପାତ ନେଲା ମହିଳାଙ୍କ ଜୀବନ । ଆଜି ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବେଲପଡା ଥାନା ମଧ୍ୟ୍ୟପୁର କଟାପାଲି ଗ୍ରାମର ପୂର୍ଣ୍ଣମୀ ବାଗ ।
ସୂଚନା ଅନୁଯାୟୀ, ପୂର୍ଣ୍ଣମୀ ନିଜ ଚାଷ ଜମିରେ କାମ କରୁଥୁବା ବେଳେ ହଠାତ ଝଡ଼ ବର୍ଷା ଆସିବାରୁ ସେ ଗଛ ତଳକୁ ଚାଲିଯାଇଥିଲେ । ଏହି ସମୟରେ ହଠାତ ବ୍ରଜପାତ ଘଟିବାରୁ ତାଙ୍କର ଘଟଣା ସ୍ଥଳ ରେ ଜୀବନ ଚାଲି ଯାଇଥିଲା । ପରେ ସ୍ଥାନୀୟ ଲୋକ ପୁର୍ଣିମା କୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ହିଁ ମୃତ ଘୋଷଣା କରିଛନ୍ତି । ଘରେ ଦୁଇ ଟି ଶିଶୁ ଥିବାରୁ ଭାଙ୍ଗି ପଡିଛନ୍ତି ପରିବାର, ଖବର ପାଇ ବେଲପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।