ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟା ପେଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରେଲିଂ ହେବ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି ।ବନ୍ୟା ବିପନ୍ନଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବନ୍ୟା ମୁକାବିଳା ପାଇଁ ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଟିମ ମୁତୟନ ଅଛନ୍ତି । ସେହିପରି ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଟିମ୍ ମୁତୟନ ଅଛି । ଏ ନେଇ SRCଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।