ନୂଆଦିଲ୍ଲୀ : ୟୁଟ୍ୟୁବ ବିଜ୍ଞାପନ ଦିନକୁ ଦିନ ବଢିବାରେ ଲାଗିଛି । ଆଗରୁ ବିଜ୍ଞାପନ ରୋକିବାକୁ ସ୍କିପ ଆଡସ୍ ଆସୁଥିଲା କିନ୍ତୁ ଏବେ ଗୋଟିଏ ଭିଡିଓରେ ୪ ରୁ ୫ ଯାଏଁ ବିଜ୍ଞାପନ ଆସୁଛି । ପୁଣି ଏହା ଏକାଧିକ ଥର ଦେଖିବାକୁ ମିଳୁଛି ।
ଏହି ବାରମ୍ବାର ଆସୁଥିବା ବିଜ୍ଞାପନକୁ ହଟେଇବାଲାଗି କିଛି ୟୁଜର୍ସ ଆଡ ବ୍ଲକର ବ୍ୟବହାର କରୁଛନ୍ତି । ଏହାକୁ ନେଇ ୟୁଟ୍ୟୁବ ଏବେ କାମ ଆରମ୍ଭ କରିଦେଇଛି । ଏହା ପରେ ୟୁଜର୍ସ ଏବେ ଏହି ଆଡ ବ୍ଲକର୍ ଆଉ ବ୍ୟବହାର କରିପାରିବେ ନାହିଁ ।
ଆଣ୍ଡ୍ରଏଡ ଅଥରିଟି ରିପୋର୍ଟ ମୁତାବକ, ୟୁଟ୍ୟୁବ୍ ଏକ ନୂଆ ଥ୍ରି-ଷ୍ଟ୍ରାଇକ୍ ନୀତିକୁ ନେଇ କାମ କରୁଛି। ଏହି ନୀତି ଅନୁଯାୟୀ, ଯେଉଁ ବ୍ୟବହାରକାରୀ ଲଗାତର ୩ଟି ଭିଡିଓକୁ ଆଡ୍ସ ବ୍ଲକର୍ ଅନ୍ କରି ଦେଖିବେ ତ ସେମାନଙ୍କ ପାଇଁ ୟୁଟ୍ୟୁବ୍ ଭିଡିଓ ବ୍ଲକ୍ କରି ଦେଇପାରେ କମ୍ପାନି।
ଆଣ୍ଡ୍ରଏଡ୍ ଅଥରିଟିର ରିପୋର୍ଟ ମୁତାବକ, ୟୁଟ୍ୟୁବ୍ ଏକ ନୂଆ ଥ୍ରି-ଷ୍ଟ୍ରାଇକ୍ ନୀତିକୁ ନେଇ କାମ କରୁଛି। ଏହି ନୀତି ଅନୁଯାୟୀ, ଯେଉଁ ବ୍ୟବହାରକାରୀ ଲଗାତର ୩ଟି ଭିଡିଓକୁ ଆଡ୍ସ ବ୍ଲକର୍ ଅନ୍ କରି ଦେଖିବେ ତ ସେମାନଙ୍କ ପାଇଁ ୟୁଟ୍ୟୁବ୍ ଭିଡିଓ ବ୍ଲକ୍ କରି ଦେଇପାରେ କମ୍ପାନି।
ଜଣେ ରେଡିଟ୍ ବ୍ୟବହାରକାରୀ ଏକ ସ୍କ୍ରିନ୍ସଟ୍ ପୋଷ୍ଟ୍ କରଛନ୍ତି। ଯେଉଁଥିରେ ତାଙ୍କୁ ଥ୍ରି-ଷ୍ଟ୍ରାଇକ୍ ନୀତିର ପପ୍-ଅପ୍ ଦେଖିବାକୁ ମିଳିଛି। ତେବେ କମ୍ପାନି ପକ୍ଷରୁ ମିଳିଥିବା ଚେତାବନୀ ମଧ୍ୟ ବ୍ୟବହାରକାରୀ ଏକ ସ୍କ୍ରିନ୍ସଟ୍ ଜରିଆରେ ଦେଖାଇଛନ୍ତି।
ଆଗକୁ ୟୁଟ୍ୟୁବ୍ ତା’ର ବ୍ୟବହାରକାରୀଙ୍କୁ ଏ ସଂପର୍କରେ ସୂଚନା ଦେବ ଓ ସତର୍କ ବି କରାଇବ। ଯଦି ବ୍ୟବହାରକାରୀ ୩ ଭିଡିଓ ଲଗାତର ଦେଖିବେ ତ କମ୍ପାନି ତାଙ୍କୁ ବ୍ଲକ୍ କରିଦେବ। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ଥରେ ବ୍ଲକ୍ ହେବା ପରେ ବ୍ୟବହାରକାରୀ କେତେ ଦିନ ପର୍ୟ୍ୟନ୍ତ ଭିଡିଓ ଦେଖିପାରିବେ ନାହିଁ। ଏହି ବ୍ଲକିଂରୁ ବର୍ତ୍ତିବା ପାଇଁ କମ୍ପାନି ବ୍ୟବହାରକାରୀଙ୍କୁ ଆଡ୍ସ ବ୍ଲକର୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।