ଶିକ୍ଷକଙ୍କ ମାଡ଼ରେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଶିକ୍ଷକ ମାଡ଼ରେ ଛାତ୍ର ଲହୁଲୁହାଣ । ଗଂଜାମ ଜିଲ୍ଲା ପୋଲସରା କଣଛାଇ ଗାଁ ବିଦ୍ୟଳୟର ଜଣେ ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଶିକ୍ଷକଙ୍କ ମାଡରେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର ଅ।ହାତ ହୋଇଛନ୍ତି । ଛାତ୍ରଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପିଲାମାନେ କ୍ଲାସରେ ଦୁଷ୍ଟ ହେବା ହେତୁ ଶିକ୍ଷକ ମାଡ ମାରିଥିବା ମିଳିଥିବା ବେଳେ ସାହିତ୍ୟ ଶିକ୍ଷକ ସତ୍ୟବାନ ପଣ୍ଡା ମାଡ ମାରିଥିବା ସୂଚନା ମିଳିଛି । ଘଟଣା ଏବେ ଥାନାରେ ପହଁଚିଥିବା ଖବର ମଧ୍ୟ ମିଳିଛି ।