ଭୁବନେଶ୍ୱେର: ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ୫୫ ପରୀକ୍ଷାର୍ଥୀଙ୍କୁ OSSCର କାରଣ ଦର୍ଶାଅ ନୋଟିସ୍ । ପରୀକ୍ଷାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ପ୍ରସ୍ତୁତ । ପରୀକ୍ଷାର୍ଥୀଙ୍କୁ ସୋ’କଜ୍ ନେଟିସ । OSSC ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସୋ’କଜ୍ ନେଟିସ କରାଯାଇଛି । ବାଲେଶ୍ୱର ଏସପିଙ୍କ ରିପୋର୍ଟ ଆଧାରରେ କାରଣ ଦର୍ଶାଅ ନୋଟିସ୍
ନିକଟରେ OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା। ବିହାରରୁ ମାଷ୍ଟରମାଇଣ୍ଡକୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା।