ଆମ ଦେଶରେ ଅନେକ ସ୍ଥାନରେ ବାହାଘର ବେଳେ ପଗଡି ବନ୍ଧାଯାଏ । ପଗଡି ଦେଖିବାକୁ ଯେତିକି ଆକର୍ଷଣୀୟ ମନେ ହୁଏ, ଏହାକୁ ବାନ୍ଧିବା ସେତିକି କଷ୍ଟକର ହୋଇଥାଏ । ବାସ୍ତବରେ ସଠିକ ଭାବରେ ପଗଡି ବାନ୍ଧିବା ବହୁତ କଷ୍ଟକର । ପଗଡି ବାନ୍ଧିବା ପାଇଁ ଅଧିକ ସମୟ ଓ ଅଭ୍ୟାସ ଜରୁରି । ଏବେ ଜଣେ ବ୍ୟକ୍ତି ମାତ୍ର ୧୪ ସେକେଣ୍ଡରେ ପଗଡି ବାନ୍ଧି ବିଶ୍ୱ ରେକର୍ଡ କରିଛନ୍ତି । ମଧ୍ୟପ୍ରଦେଶ ବେତୁଲର ଆଦିତ୍ୟ ପାଚେଲି ନାମକ ଜଣେ ବ୍ୟାକ୍ତି ମାତ୍ର ୧୪.୧୨ ସେକେଣ୍ଡରେ ନିର୍ଭୁଲ ଭାବେ ପଗଡ଼ି ବାନ୍ଧିବାରେ ସଫଳ ହୋଇଛନ୍ତି ।
ଏହା କରିବା ପାଇଁ ସେ ବହୁଦିର ଅଭ୍ୟାସ ଓ ପାରମ୍ପରିକ କୌଶଳକୁ ଆପଣାଇଛନ୍ତି । ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ ହୋଇଛି । ଗିନିଜ ୱାର୍ଲଡ ରେକର୍ଡ ପକ୍ଷରୁ ଏହି ଭିଡିଓ ସେଆର କରାଯାଇଛି । ଏଥିରେ ଦେଖିବାକୁ ମିଳିଚି ଯେ, ଜଣେ ବ୍ୟକ୍ତି ଚୌକି ଉପରେ ବସିଛନ୍ତି ଏବଂ ଆଦିତ୍ୟ ତାଙ୍କ ମୁଣ୍ଡରେ ଏକ ଲମ୍ବା କମଳା ରଙ୍ଗର କପଡାରେ ପଗଡି ବାନ୍ଧୁଛନ୍ତି ।