ଭୁବନେଶ୍ୱର: ଜେଇ ମେନ ପ୍ରଶ୍ନପତ୍ର ଲିକ ମାମଲା । ଫ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । କୋଲକାତାର ଏକ ପ୍ରେସ କର୍ମଚାରୀଙ୍କ ସହଯୋଗରେ ପ୍ରଶ୍ନପତ୍ର ଲିକ ହୋଇଥିଲା । କୌଣସି ପରୀକ୍ଷା ପ୍ରଶ୍ନପତ୍ର ମଳିଲେ ତାକୁ ଲିକ କରୁଥିଲେ । ତେବେ ମାଷ୍ଟରମାଇଣ୍ଡର ସଂମ୍ପର୍କୀୟ ହେଉଛି ଅଭିଯୁକ୍ତ । ଏନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
ବିହାରରୁ ପ୍ରଶ୍ନପତ ଲିକ ରାକେଟ ଗିରଫ ହୋଇଛି । ମାଷ୍ଟରମାଇଣ୍ଡ ସହ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶାରୁ କୌଣସି ଅଧିକାରୀଙ୍କ ରାକେଟରେ ସଂପୃକ୍ତି ନାହିଁ । ଓଡ଼ିଶାରୁ ଗିରଫ ହୋଇଥିବା ଲୋକ ମଧ୍ୟସ୍ଥି କାମ କରୁଥିଲେ। ପ୍ରଥମେ ବିହାର ଓ ମଧ୍ୟପ୍ରଦେଶରେ ପ୍ରଶ୍ନପତ୍ର ଲିକ୍ କରିଥିଲା ଅଭିଯୁକ୍ତ। ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।