ବାଲେଶ୍ୱର: ଗିରଫ ହେଲା ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ । ବିହାରରୁ ମୁଖ୍ୟ ଅଭିଯୁକ୍ତକୁ ବାଲେଶ୍ୱର ପୋଲିସ ଗିରଫ କରିଥିବା ବେଳେ ଏବେ ୭ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ବାଲେଶ୍ୱର ପୋଲିସର ୨ଟି ବିହାର ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଗରିଛି । ତେବେ ଏନେଇ ଆଜି ଅପରାହ୍ନ ୪ଟା ସମୟରେ ପ୍ରେସମିଟ କରି ସବିଶେଷ ତଥ୍ୟ ଦେବେ ବାଲେଶ୍ୱର ଏସପି ।
ସୂଚନା ମୁତାବକ, କିଛି ଦିନ ତଳେ ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିଲା । ଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୯ଜଣଙ୍କୁ ଗିରଫ କରିଥିଲା । ଏବେ ଧରାପଡିଛି ଘଟଣାର ମାଷ୍ଟର ମାଇଣ୍ଡ । ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଲୁଚି ଥିବା ଖବର ପାଇଥିଲା ତଦନ୍ତକାରୀ ଟିମ । ପରେ ରାଜ୍ୟ ବାହାରକୁ ଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ ।