ରାଜ୍ୟ କ୍ୟାବିନେଟ୍ ରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁକୋଦନ

ଭୁବନେଶ୍ୱର: ରାଜ୍ୟରେ କମିବ ବେକାରୀ ସମସ୍ୟା । ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୩ହଜାର ୨୬୬କୋଟି ଟଙ୍କାର ପ୍ରକଳ୍ପକୁ ମିଳିଛି । ଏହା ଦ୍ୱାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ଶୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ସେହିପରି ଯାଜପୁରରେ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍ ତରଫରୁ ୯୮୦ କୋଟି ଟଙ୍କାରେ ରସାୟନିକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବାକୁ ରହିଛି । ସେହିପରି ପ୍ଲାଷ୍ଟିକ କ୍ଷେତ୍ରରେ ଖୋର୍ଦ୍ଧାରେ ଆଇଡିଭିବି ରିସାଇକ୍ଳିଂ ଅପରେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୩୧୮ କୋଟି ଟଙ୍କା ନିବେଶ କରିବ । ପର୍ଭ ପ୍ୟାକିଂ ତରଫରୁ ୧୫୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି ଆର୍ଡିବି ରାସାୟନସ ଲିମିଟେଡ ୫୯ କୋଟି ଟଙ୍କା ବିନିଯୋଗରେ ଫ୍ଲେକିବଲ ଇଣ୍ଟରମିଡିଏଟ ବଲ୍କ କଣ୍ଟେନର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ । ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।