( ଜୟନ୍ତ କୁମାର ସେଠୀ): ଭାରତ ବନ୍ଦ ଆନ୍ଦୋଳନର ଦ୍ୱିତୀୟ ଦିନର ପ୍ରଭାବ ପୁରୀ ସହରରେ ଦେଖିବାକୁ ମିଳିଛି । ଏଆଇଟିୟୁସି ସଂଗଠନର କର୍ମୀମାନେ ପୁରୀ ରେଳ ଷ୍ଟେସନ ରେ ବସି ରହି ବିକ୍ଷୋଭ କରୁଛନ୍ତି। ଫଳରେ ସକାଳୁ ପୁରୀରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ଶ୍ରମିକ ମାନଙ୍କୁ ସର୍ବନିମ୍ନ ୧୮ ହଜାର ଦରମା , ପେନସନ ବ୍ୟବସ୍ଥା, ବୀମା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଆଦି ପ୍ରମୁଖ ଦାବି ନେଇ ସର୍ବଭାରତୀୟ ଦୁଇ ଦିନିଆ ଆନ୍ଦୋଳନ ବିଭିନ୍ନ ବାମ ଦଳ ସମେତ ଶ୍ରମିକ ସଂଗଠନ ଗୁଡ଼ିକ କରୁଛନ୍ତି। ଅନ୍ୟପଟେ ଆନ୍ଦୋଳନକୁ ଦୃଷ୍ଟି ରେ ରଖି ପୁରୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।