୮ତାରିଖ ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି +୨ର ବିଜ୍ଞାନ ଓ ବାଣିଜ୍ୟ ରେଜଲଟ ପ୍ରକାଶ ପାଇଥିବା ବେଳେ ଆସନ୍ତା ୮ତାରିଖ ସୁଦ୍ଧା ପ୍ରକା ପାଇବ +୨ କଳା ପରୀକ୍ଷା ଫଳାଫଳ । ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି । ଅନ୍ୟପଟେ ଆସନ୍ତାବର୍ଷଠାରୁ ଯୁକ୍ତଦୁଇରେ ଆସିବ ବ୍ୟାପକ ପରୀକ୍ଷା ଢାଞ୍ଚା ବଦଳିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି। ଖୁବ୍‌ଶୀଘ୍ରଏନେଇ ବିଧିବଦ୍ଧ ଘୋଷଣା ହେବ। ଏହାସହ ଆସନ୍ତା ବର୍ଷଠାରୁ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ଏଥିରେ ୭୮,୯୩୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ହାର ୮୪.୯୩% ରହିଛି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ୯,୫୩୬ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ପାସ୍ ହାର ୮୧.୧୨% ରହିଛି। ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଛାତ୍ରଛାତ୍ରୀ ପାସ କରିଛନ୍ତି ।ସେହିପରି ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି।