ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରି ଗିରଫ ହେଲେ ପୋଲିସ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ପୋଲିସ ହେଲେ ଗିରଫ । ବର୍ଦ୍ଦିରେ ଲିଗିଲା ଦାଗ । ଗଞ୍ଜେଇ ଚାଲଣରେ କରୁଥିଲେ ସାହାର୍ଯ୍ୟ । ଜଣେ କନେଷ୍ଟବଳ ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରୁଥିବାରୁ ତାଙ୍କୁ ଗିରଫ କରି କୋଟ ଚାଲଣ କରାଯାଇଛି ।
ସୂଚନା ଅନୁଯାୟୀ, ମାଲକାନାଗିରି ଥାନା ମାର୍କାପାଲ୍ଲୀ ଠାରେ ଜଣେ ଭଞ୍ଜେଇ ବେପାରି ଗଞ୍ଜେଇ ବେପାରି ଗଞ୍ଜେଇ ଚାଲଣ କରୁଥିବା ବେଳେ ଖବର ପାଇ ମାଲକାନଗିରି ଏସ୍.ଡି.ପି.ଓ ଘଟଣା ସ୍ଥଳରେ ପହଂଚି ଗଂଜେଇ ଜବତ କରି ଶରତକୁ ଗିରଫ କରିଥିଲା । ଶରତ ଚନ୍ଦ୍ର ବୟାନ ଅନୁଯାୟୀ ଏହି ଗଞ୍ଜଇକୁ ପୋଲିସ କନଷ୍ଟେବଲ ମନୋଜ କୁମାର ମୁଦୁଲିଙ୍କ ସହାୟତାରେ ଗଂଜେଇ ଚାଲାଣ ହେଉଥିବା ପ୍ରକାଶକରିଥିଲେ । ପରେ ଏସ୍.ଡି.ପି.ଓ ଘଟଣାର ତଦନ୍ତ କରି ମନୋଜକୁ ଗିରଫ କରି କୋର୍ଟ ଚାଲଣ କରିଝଛି ।