UDID ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ହିତାଧିକାରୀ ପଞ୍ଜିକରଣ କରିଛନ୍ତି

ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା UDID ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ହିତାଧିକାରୀ ପଞ୍ଜିକରଣ କରିଛନ୍ତି | ଏଥିରୁ ୫ଲକ୍ଷ ୮୫ହଜାର ୮୭୯ ଜଣଙ୍କୁ UDIDଊ କାର୍ଡ ମିଳିଛି | ବାକି ଖୁବ ଶୀଘ୍ର ପାଇବେ | ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ ପାଉଛନ୍ତି | ଏହି ତଥ୍ୟ ୨୦୧୧ ଜନଗଣନା ଅନୁସାରେ ପ୍ରଦାନ କରାଯାଉଛ | କାରଣ ୨୦୨୧ ଜନଗଣନା ଏ ଯାଏ କେନ୍ଦ୍ର ସରକାର କରି ନାହଁ |

ପୂର୍ବରୁ ମେଡିକାଲ ଆସସମେଣ୍ଟ ବୋର୍ଡ ଅଧୀନରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦେବା ପାଇଁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ସ୍ୱୀକୃତି ପାଇଥିଲେ | ବର୍ତ୍ତମାନ ବାଲେଶ୍ୱର, ବଲାଙ୍ଗୀର, ବାରିପଦା, କୋରାପୁଟ ଓ ପୁରୀ ମେଡିକାଲ କଲେଜ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା |