ନିଆଁ ନେଇ ଚାଲିଛି ରାଜନୀତି
ବିଧାନସଭାରେ ତେଜୁଛି ଜଙ୍ଗଲ ନିଆଁ । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା ।
ଭୁବନେଶ୍ୱର: ବିଧାନସଭାରେ ତେଜୁଛି ଜଙ୍ଗଲ ନିଆଁ । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ମୁଲତବୀ ପ୍ରସ୍ତ।ବରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛିନ୍ତି ଯେ ଗତ ୧୨ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ହୁତୁ ହୁତୁ ହୋଇ ନିଆଁ ଜଳୁଛି । ନିଆଁ ଜଳୁଥିବାରୁ ଆଖପାଖ ଅଞ୍ଚଳରେ ତାପମାତ୍ରା ବଢି ଚାଲିଛି । ବାରମ୍ବାର ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେତେକ ସ୍ଥାନ ମାନଙ୍କରେ ଏବେ ଠାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଲେଣି । ତେବେ ଗତ ସୋମବାର ଦିନ ୧୫୩ ଟି ପଏଣ୍ଟ ରେ ନିଆଁ ଲାଗି ଥିବା ବେଳେ ମଙ୍ଗଳବାର ଦିନ ତାହା ୨୦୨ ପଏଣ୍ଟକୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୬୫୬ଟି ପଏଣ୍ଟରେ ନିଆଁ ଲାଗିଛି । ସରକାର ହାତ ଟେକି ଦେଇଥିବା ବେଳେ ନିଆଁ ଲିଭାଇବା ପାଣଁ ବର୍ଷାକୁ ଅପେକ୍ଷା କରିଛନ୍ତି ।
ସେହିପରି ବନାଗ୍ନିରେ ଦେଶରେ ପ୍ରଥମ ସ୍ଥାନରେ ଅଛି ଓଡିଶା । ଛତିଶଗଡରେ ୨୪୧ଟି ସ୍ଥାନରେ ଲାଗି ଥିବା ବେଳେ କର୍ଣ୍ଣାଟକରେ ୨୨୭ଟି , ମଣିପୁରରେ ୨୧୭ଟି ଓ ମିଜୋରାମରେ ୨୧୬ଟି ସ୍ଥାନରେ ନିଆଁ ଲାଗିଛି । ଅନ୍ୟପଟେ ସରକାର ନିଆଁ ଲିଭେଇାବାରେ ଫେଲ ମାରିଥିବା ବେଳେ ଖୋଦ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଏଭଳି କାଣ୍ଡ କରୁଥିବାର କହିଛନ୍ତି ମୋହନ ମାଝୀ । ଅନ୍ୟପକ୍ଷେ ମୁଲତବୀ ପ୍ରସ୍ତବାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଭାଗ ନେଇ କହିଛନ୍ତି ଜଙ୍ଗଲରେ ଗଛ କାଟିବା ଲାଗି ସହାୟତା କରୁଛି ବନ ବିଭାଗ । ରେଞ୍ଜର ଠାରୁ ଡିଏଫଓ ସମସ୍ତେ ଏଇ ଦୁର୍ନୀତିରେ ସାମିଲ ଅଛନ୍ତି ।ଯଦି ଏବେ ଠାରୁ ସୁରକ୍ଷା ନଦିଆଯାଏ ତେବେ ଆଗାମୀ ଦିନରେ ମରୁଭୂମି ପାଲଟି ଯିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ର ପ୍ରଦୀପ ଅମାତ କହିଛନ୍ତି ଗତ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ୨୨୭୮୬ ପଏଣ୍ଟରେ ନିଆଁ ଲାଗି ଥଇବା ବେଳେ ୨୨୩୧୬ ମଏଣ୍ଟରେ ନିଆଁକୁ ଆୟତ୍ତ କରାଯାଇଛି । ତା ସହ ନିଆଁକୁ ଆୟତ୍ତ କରିବା ଲାଗି ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।