ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା

ବିଭାଗର ଉନ୍ନତି ଲାଗି ଖର୍ଚ୍ଚ ହେବ ୨୨ ହଜାର ୫ ଶହ ୨୭ କୋଟି ୮୦ ଲକ୍ଷ ୨୩ ହଜାର ଟଙ୍କା

ଭୁବନେଶ୍ୱର: ଶିକ୍ଷା ବିଭାଗର ଉନ୍ନତି ଲାଗି ଖର୍ଚ୍ଚ ହେବ ୨୨ ହଜାର ୫ ଶହ ୨୭ କୋଟି ୮୦ ଲକ୍ଷ ୨୩ ହଜାର ଟଙ୍କା । ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦେଇଛନ୍ତି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସମୀର ରଞ୍ଜନଙ୍କ ସୂଚନା । ୨୦୦୧-୦୨ ମସିହାରେ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗର ବଜେଟ୍ ଥିଲା ୧୩୦୩କୋଟି ଟଙ୍କା । ଆଜି ଏହା ହେଉଛି ୨୨,୫୨୮ କୋଟି ଟଙ୍କା । ଏହାର ଅଭିବୃଦ୍ଧି ହାର ୧୭୨୮ ପ୍ରତିଶିତ ରହିଛି । ସେହିପରି ୨୦୦୧-୦୨ରେ ୧,୩୦,୫୪୭ ସଂଖ୍ୟକ ଶିକ୍ଷକ ଥିଲେ । ଚଳିତ ବର୍ଷ ଏହା ୨,୭୫,୩୨୭ ଅଭିବୃଦ୍ଧି ହୋଇ ୨୧୧ ପ୍ରତିଶତରେ ପହଁଞ୍ଚିଛି । ୧୨୦ କୋଟି ନିବେଶର ପ୍ରାବଧାନ କରାଯାଇଛି । ଚଳିତ ବର୍ଷ ୫୧,୫୩୫ ନୂତନ ନିଯୁକ୍ତି ବା ନିୟୋଜନ ଏବଂ ୨,୭୫୮ କୋଟି ଟଙ୍କା ବ୍ୟୟରେ ଭିତ୍ତି ଭୂମିର ବିକାଶ କରଯାଇଛି । ନୀତି ଆୟୋଗଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷାଚିତ୍ରକୁ ଆକଳନ କରାଯାଇଥିବା ବେଳେ ୨୦ଟି ବଡ ରାଜ୍ୟ ତାଲିକାରେ ଓଡିଶାକୁ ସପ୍ତମ ସ୍ଥାନରେ ସ୍ଥାନିତ କରାଯାଇଛି । ସେହିପରି ଚଳିତ ବର୍ଷ ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା ।ତେବେ ଚଳିତ ବର୍ଷ ୧୩,୦୫୮ ଜଣ ପିଲା ଫର୍ମ ଫିଲପ କରି ପରୀକ୍ଷା ଦେଇ ନ ଥିବା ବେଳେ ୨୦୨୧-୨୨ ଶିକ୍ଷାବର୍ଷରେ ୪୫ ହଜାର ପରୀକ୍ଷା ଦେବାକୁ ଆସି ନଥିଲେ । ତେବେ ପରୀକ୍ଷା ଦେଉ ନଥିବା ପିଲାଙ୍କୁ ଚିହ୍ନଟ କରାଯିବା ସହ ଏକ ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ପିଲାହ୍କୁ ଚିହ୍ନଟ କରାଯାଇ ତାଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାର ବ୍ୟବସ୍ଥା ହେବ । ଅନ୍ୟପଟେ ୫ଟି ଓ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି । ସୂଚନନେଯାଗ୍ୟ ଯେ ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଓଡିଶା ଲେବଲ ୬ରେ ଥିବା ବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ୪ର୍ଥ ସ୍ଥାନ ଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ୨୦-୨୧ ଶିକ୍ଷାବର୍ଷରେ ଲେବଲ ୩ରେ ପହଞ୍ଚିଛି ।