ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଅସୁସ୍ଥ । ଗତକାଲି ଦିଲ୍ଲୀର ସାର ଗଙ୍ଗା ରାମ ଡାକ୍ତରଖାନାରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି । ତେବେ ସୋନିଆଙ୍କୁ ଭାଇରାଲ ଶ୍ୱାସକ୍ରିୟା ସଂକ୍ରମଣ ହୋଇଛି । ହସ୍ପିଟାଲର ଛାତି ବିଭାଗର ଡାକ୍ତର ଅରୁପ ବସୁ ଓ ତାଙ୍କ ଟିମର ତତ୍ତ୍ୱବଧାନରେ ରହିଛନ୍ତି ଶ୍ରୀମତୀ ଗାନ୍ଧୀ ।
ସୂଚନାନୁସାରେ ଶ୍ରୀମତୀ ଗାନ୍ଧୀ ମଙ୍ଗଳବାରରୁ ଅସୁସ୍ଥ ଅଛନ୍ତି । ଯାହା ଫଳରେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଚାଲୁତିବା ଭାରତ ଯୋଡ ଯାତ୍ରାକୁ ସ୍ଥଗିତ କରି ଦିଲ୍ଲୀ ଫେରିଛନ୍ତି । ତେବେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ସୋନିଆ ।