ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା

ମାଲକାନଗିରି (ସୂର୍ୟ୍ୟକାନ୍ତ ବେହେରା ):-କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ । ସରକାରୀ କାର୍ୟ୍ୟକ୍ରମରେ ଚପଲ ପିନ୍ଧି ମହାବାହୁଙ୍କୁ ଧୁପ ଦୀପ ଦେଇ ପୁଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଆୟୋଜିତ ହୋଇଥିବା ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ନିମନ୍ତେ ପୁଜା କରାଯାଇଥିଲା । ଯେଉଁଥିରେ ଜିଲ୍ଳାର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ଟାଙ୍ଗୁଲ ମୁଖ୍ୟ ଅତିଥି ଭାବରେ ପାଦରେ ଚପଲ ପିନ୍ଧି ମହାପ୍ରଭୁ ଜଗନ୍ନାଥ ଙ୍କୁ ଧୁପ ଦେଇ ପୂଜା କରିଥିଲେ । ଯାହାର ଚିତ୍ର ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଚିତ୍ରକୁ ଯିଏ ଭି ଦେଖୁଛି ସେ କେବଳ ଏତିକି କହୁଛି ମହାପ୍ରଭୁଙ୍କ ଠାରୁ କଣ ବଳିଗଲେ କି ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ।