ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସ୍ପେଶାଲ ଓଜେଇଇ । ୨୮ ସହରର ୩୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା । ଆଜି ସହ ୪ ଓ ୭ ତାରିଖରେ ହେବ ପରୀକ୍ଷା । ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପାଇଁ ୨୮ ହଜାର ୬୦୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । CBT ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ହେଉଛି ସ୍ବତନ୍ତ୍ର ଓଜେଇଇ । ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ ।
ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି କି, କରୋନା ପାଇଁ ବିଗତ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେବେ। ଜେଇଇ ମେନ୍ ଏବଂ ଓଜେଇଇରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ପ୍ରବେଶିକା ଦେଇ ନାମଲେଖାର ସୁଯୋଗ ପାଇବେ। ସେହିପରି ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ଓଜେଇଇ ୱେବ ସାଇଟରୁ ସେମାନଙ୍କ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦ୍ୱାରା ଆଡ଼ମିଟ କାର୍ଡ଼ ପାଇ ପାରିବେ।