ବିଧାନସଭାରେ ଉଠିଲା ସୀମା ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ବର୍ତ୍ତମାନ ବିଧାନସଭା ଅଧିବେଶନ । ବିଧାନସଭାରେ ଉଠିଲା ସୀମା ପ୍ରସଙ୍ଗ , କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଲେ ବିଜେପି ନେତା ବିଷ୍ଣୁ ସେଠୀ । ସେ କହିଛନ୍ତି ସୀମାରେ ଭାଷା,ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି। ଯେଉଁଥିରେ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମ ଏହା ଦ୍ୱାରା ପ୍ରଭାବିତ । ମାତ୍ର ରାଜ୍ୟ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି କେଉଁଠି ଅସୁବିଧା ରହୁଛି ବୋଲି କହିଛନ୍ତି ବିଷ୍ଣୁ ସେଠୀ । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ଆମେ କଣ ବୁଝିବୁ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପ୍ରତିମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉତ୍ତର ଦେଲେ ତାହା ସତ ବୋଲି ପ୍ରଶ୍ନ କଲେ ବିଜେପି ନେତା ବିଷ୍ଣୁ ସେଠୀ ।