ଅନୁଭବଙ୍କୁ ଲାଗିଲା ବଡ ଝଟକା

କଟକ:ଦିନକୁ ଦିନ ଘନେଇବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ଏହି ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା । ଏଣିକି ଅନୁଭବଙ୍କ ଘରେ ତାଙ୍କର ପତ୍ନୀ ବର୍ଷା ରହିପାରିବେ । କଟକ ଜିଲ୍ଲା ଜଜ୍ ଏଭଳି ଏକ ରାୟ ଶୁଣାଣି କରିଛନ୍ତି । ବର୍ଷାଙ୍କୁ ଅନୁଭବଙ୍କ ଘରଛାଡି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ ଲାଗିଛି ରୋକ୍ । ଅନ୍ତରୀଣ ରହିତାଦେଶ ସହ ଅନୁଭବଙ୍କ ଜବାତ ତଲବ କଲେ କୋର୍ଟ । ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ଏସଡିଜିଏମ ଦେଇଥିଲେ ନିର୍ଦ୍ଦେଶ । ବର୍ଷାଙ୍କ ଘରଭଡା ବାବଦକୁ ୩୦ହଜାର ଟଙ୍କା ଦେବାକୁ ହେଇଥିଲା ନିର୍ଦ୍ଦେଶ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ମାସ ୪ ତାରିଖରେ କରାଯିବ ।