ଶପଥ ନେଲେ ଦୁ୍ଇ ନୂଆ ହାଇକୋର୍ଟ ବିଚାରପତି

କଟକ: ହାଇକୋର୍ଟର ଦୁଇ ନୂଆ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ବରିଷ୍ଠ ଆଇନଜୀବୀ ସଞ୍ଜୟ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ମେ ୨୭ ତାରିଖରେ ସୁପ୍ରିମକୋର୍ଟର କଲେଜିୟମ୍ଙ୍କ ସୁପାରିଶ କ୍ରମେ ଓଡି଼ଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କୁ କଲିକତା ହାଇକୋର୍ଟକୁ ବଦଳି କରାଯାଇଥିଲା । କଲେଜିୟମ୍ ସୁପାରିଶ କ୍ରମେ ତ୍ରିପୁରା ହାଇକୋର୍ଟର ବିଚାରପତି ଶ୍ରୀ ତାଳପତ୍ର ଓଡି଼ଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ । ସେପଟେ ବରିଷ୍ଠ ଆଇନ୍ଜୀବୀ ସଞ୍ଜୟ ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।