ସ୍କୁଲରେ ଗାଁ ନାଁକୁ ବଦଳିବା ସୁପାରିସକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଲୋକେ

(ସର୍ବେଶ୍ୱର ପ।ତ୍ର ): ସରକାର ନୂଆଁ ନିୟମ କଲେ କିଛି ସ୍କୁଲ କୁ ଅନ୍ୟ ସ୍କୁଲ ସହିତ ମିସାଇଦେଲେ । ସ୍କୁଲ ମିସିଗଲା କିନ୍ତୁ ଗାଁ ନାଁ ବଦଳିବା ସୁପାରିସ କୁ ଢେଙ୍କାନାଳ ଜିଲ୍ଲା କାଙ୍କଡାହାଡ଼ ବ୍ଲକ ତରାଜଙ୍ଗ ଗାଁ ଲୋକେ ହଜମ କରିପାରିଲେନି । ଗାଁରେ ୧୯୧୧ ମସିହାରୁ ବିଦ୍ୟାଳୟ ଆରମ୍ଭ ହୋଇଛି । ସରକାରଙ୍କ ନୂଆଁ ନିୟମ ଅନୁସାରେ ଏହି ବିଦ୍ୟାଳୟ ସହିତ ମକୁଆକାଟେଣି ଉଚ ପ୍ରାଥମିକ ବିଦ୍ୟାଳୟ ମିଶିବ । ଯାହାର ନୂଆଁ ନାଁ ସୁପାରିସ କାରାଯାଇଛି ମକୁଆକାଟେଣି ନାଁ । ଏହାକୁ ତରାଜଙ୍ଗ ଗାଁ ଲୋକମାନେ ବିରୋଧ କରି ଆଜି ସକାଳୁ ବିଦ୍ୟାଳୟ ଆଗରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କର ଦାବି ହେଲା ବିଦ୍ୟାଳୟ ନାଁ କୁ ପରିବର୍ତନ କର।ନଯାଉ କାରଣ ଏହା ସର୍ବ ପୁରାତନ ସ୍କୁଲ ନାଁ ପରିବର୍ତନ ହେଲେ ଗାଁ କୁ ଅସନମାନ ହେବ । ଯାହାବି ହେଉ ସେମାନେ କୌଣସି ମତେ ନାଁ ପରିବର୍ତନ କରାଇଦେବେ ନାହଁ ଏମିତି ଆନ୍ଦୋଳନ ନିର୍ଦ୍ଧିଷ୍ଟ କାଳ ଯାଏ ଚାଲିବ ବୋଲି କହିଥିଲେ । ସେଠାରେ ମକୁଆକାଟେଣି ସିଆରସିସି ଦେବରାଜ ରାଉତ ଯାଇ ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାଇଥିଲେ କହିଲେ ଯାହାବି ହେବ ଉଭୟ ଗାଁ ଲୋକଙ୍କ ମତ ନିଆଯିବ ନାଁ ପରିବର୍ତନ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଯାହାକିଛି କରାଯିବ ।