ଭୁବନେଶ୍ୱର: ବୁର୍ଲା ଏବଂ ସୁନ୍ଦରଗଡରେ ଛାତ୍ରଛାତ୍ରୀମାନେ କୋରୋନାରେ ସଂକ୍ରମଣ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଯେଉଁ ଛାତ୍ରଛାତ୍ରୀଙ୍କଠାରେ କୋରୋନାର କୌଣସି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସ୍କୁଲ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ ନେଇ ପ୍ରଶାସନ ଅବଗତ ରହିଛି, ତେଣୁ ସଂକ୍ରମିତ ମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।
କଲେଜ ଛାତ୍ରଛାତ୍ରୀ ଟୀକା ନେଇଥିବାରୁ ସଂକ୍ରମଣର ବେଶୀ ଭୟ ନଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଚିନ୍ତିତ ରହିଛି ପ୍ରଶାସନ । ତେବେ କୋଭିଡ ଲକ୍ଷଣ ଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉପରେ ନଜର ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଶିକ୍ଷାନୁଷ୍ଠାନ ଗୁଡିକରେ ନିୟମ କଡାକଡି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମିଶ୍ର ।