ବାଳ ସୁଧାର ଗୃହରୁ ୬ ନାବାଳକ ଫେରାର

ବ୍ରହ୍ମପୁର : ବାଳସୁଧାର ଗୃହର ପ୍ରଶାସନ ଆଖିରେ ଧୂଳି ଦେଇ ଫେରାର ହେଲେ ଅନ୍ତେବାସୀ । ବିଳମ୍ବିତ ରାତିରେ ଗ୍ରିଲ ତାଡି ବାଳସୁଧାର ଗୃହରୁ ଚମ୍ପଟ ମାରିଛନ୍ତି ୬ ଜଣ ଅନ୍ତେବାସୀ । ବ୍ରହ୍ମପୁର ବାଳସୁଧାର ଗୃହରେ ଘଟିଛି ଘଟଣା । ବିଳମ୍ବିତ ରାତି ୨ଟା ବେଳେ ୬ ଜଣ ଅନ୍ତେବାସୀ ଫେରାର ହୋଇଛନ୍ତି । ଅନ୍ତେବାସୀ ରହୁଥିବା କୋଠରୀରେ କେହି ନଥିବାର ଦେଖି ସୁପରିଟେଣ୍ଡେଣ୍ଟ ପି ରମେଶ ରାଓଙ୍କୁ ସୂଚନା ଦେଇଥିଲେ । ପରେ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ କରିଥିଲୋ
ଫେରାର ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ପୁରୀରୁ ଜଣେ ଥିବାବେଳେ ବ୍ରହ୍ମପୁରରୁ ଜଣେ, କୋରାପୁଟର ୨ ଜଣ ଓ ଗଜପତି ଜଣେ ଅନ୍ତେବାସୀ ରହିଛନ୍ତି । ବିଭିନ୍ନ ପ୍ରକାରର ଅପରାଧ କରି ଏମାନେ ବାଳସୁଧାର ଗୃହରେ ଥିବାବେଳେ ଖବର ପାଇ ବୈଦ୍ୟନାଥପୁର ପୁଲିସ ତନାଘନା ଆରମ୍ଭ କରିଛି । ତେବେ ବାରମ୍ବାର ଅନ୍ତେବାସୀମାନେ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଥାଉ କି ଗତବର୍ଷ ମଧ୍ୟ ଏହି ବାଳସୁଧାର ଗୃହରୁ ୭ ଜଣ ଚମ୍ପଟ ମାରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ୩ ଜଣ ଏବେ ବି ଫେରାର ଅଛନ୍ତି ।