ମାଳି ପର୍ବତରୁ ଖଣିଖନନ ପାଇଁ ଜନଶୁଣାଣି

କୋରାପୁଟ : ମାଳି ପର୍ବତରୁ ଖଣିଖନନ ପାଇଁ ଜନଶୁଣାଣି ଆରମ୍ଭ ହୋଇଛି । କଙ୍କଡାମ୍ବ ଠାରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏହି ଜନ ସୁଣାଣି ହୋଇଛି । ଏହି ଜନଶୁଣାଣିରେ ୧୧ ମାଜିଷ୍ଟ୍ରେଟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ଉପସ୍ଥିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୬ ମହିଳା ପ୍ଲାଟୁନ୍ ସହ ମୋଟ ୩୦ ପ୍ଲାଟୁନ ପୋଲିସକୁ ନେଇ କଡା ସୁରକ୍ଷା ।
କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ, ସୋରିଷ ପଦର ,କଙ୍କଡାଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରେ ଥିବା ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ ବକ୍ସାଇଟ ଉତ୍ତୋଳନ କରାଯିବ । ତେବେ ଗତ ମାସ ୨୧ ତାରିଖରେ ଜନଶୁଣାଣି ହୋଇଥିବାବେଳେ ଏହାକୁ ତୀବ୍ର ବିରୋଧ ହୋଇଥିଲା। ଜନଶୁଣାଣୀ ପରିସର ରଣକ୍ଷେତ୍ର ପାଲଟିଥିଲା ।
ମାଳି ପର୍ବତରୁ ଖଣିଜ ସଂପଦ ବାହାର କରାଗଲେ କୋରାପୁଟ ଅଂଚଳର ଜଳବାୟୁ, ଜଳସ୍ତର ଓ ଅଂଚଳ ମରୁଭୁମି ପାଲଟି ଯିବ । ତେଣୁ ଆଦିବାସୀଙ୍କ ସୁରକ୍ଷା ତଥା ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ଖଣିଲିଜ ବାତିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି ।