ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି ଶ୍ରୀଲଙ୍କା। ଅଗଷ୍ଟ ୧୫ରୁ ଗଲ୍ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ। ଏହି ଟେଷ୍ଟ ପାଇଁ ଧନଞ୍ଜୟ ଡି ସିଲ୍ଭାଙ୍କୁ ଅଧିନାୟକ ଏବଂ କାମିନ୍ଦୁ ମେଣ୍ଡିସଙ୍କୁ ଉପଅଧିନାୟକ କରାଯାଇଛି। ଦୀର୍ଘ ୩ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ଅଭିଜ୍ଞ ୱିକେଟକିପର-ବ୍ୟାଟର ନିରୋଶନ ଡିକୱେଲା। କୁସଲ ମେଣ୍ଡିସ ଉପଲବ୍ଧ ନଥିବାରୁ ଡିକୱେଲାଙ୍କ ଉପରେ ୱିକେଟକିପିଂର ଦାୟିତ୍ୱ ରହିବ।

Sri Lanka XI vs India: विकेट मिले, फिर भी खुल गई टीम इंडिया की पोल! वार्मअप  मैच में श्रीलंका ने उधेड़ी गेंदबाजी - india vs sri lanka warm up match day 1

ଶ୍ରୀଲଙ୍କା ଦଳରେ ମୋଟ ୫ ଜଣ ସ୍ପିନରଙ୍କୁ ସାମିଲ କରାଯାଇଛି। ଗଲ୍‌ର ପିଚ୍‌କୁ ନଜରରେ ରଖି ଶ୍ରୀଲଙ୍କା ଏହି ରଣନୀତି ଆପଣାଇଥିବା ଦେଖାଯାଉଛି। ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଓପନର ନିଶାନ ମଦୁଷ୍କାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ପଥୁମ ନିସାଙ୍କା ଉପଲବ୍ଧ ନଥିବାରୁ ନିଶାନ ମଦୁଷ୍କା ଓପନିଂ କରିପାରନ୍ତି। ଅନ୍ୟପଟେ ଅଭିଜ୍ଞ ଦିନେଶ ଚାଣ୍ଡିମାଲ, କାମିନ୍ଦୁ ମେଣ୍ଡିସ ଏବଂ ଅଧିନାୟକ ଧନଞ୍ଜୟ ଡି ସିଲ୍ଭାଙ୍କ ଉପରେ ଶ୍ରୀଲଙ୍କାର ବ୍ୟାଟିଂର ଦାୟିତ୍ୱ ରହିବ।

NISHAN MADUSHKA: Consistency has been his success story - Sri Lanka Cricket

ଅନ୍ୟପଟେ ଦ୍ରୁତ ବୋଲର ଲାହିରୁ କୁମାରାଙ୍କ ଫିଟନେସକୁ ନେଇ ପ୍ରଶ୍ନ ରହିଛି। ଦୀର୍ଘ ସମୟର ଆହତ ସମସ୍ୟାରୁ ଫେରିଥିବାରୁ ୫ ଦିନିଆ ଟେଷ୍ଟ ପାଇଁ ସେ ସମ୍ପୂର୍ଣ୍ଣ ଫିଟ୍‌ କି ନାହିଁ, ତାହା ଉପରେ ନଜର ରହିବ।

Lahiru Kumara tested Positive for Covid-19 - Sri Lanka Cricket

ଶ୍ରୀଲଙ୍କାର ୧୬ ଜଣିଆ ଦଳ

ଧନଞ୍ଜୟ ଡି ସିଲ୍ଭା (ଅଧିନାୟକ), ଲାହିରୁ ଉଦାରା, ନିଶାନ ମଦୁଷ୍କା, କାମିନ୍ଦୁ ମେଣ୍ଡିସ (ଉପଅଧିନାୟକ), ଦିନେଶ ଚାଣ୍ଡିମାଲ, ପସିନ୍ଦୁ ସୂରିୟବନ୍ଦାରା, ସୋନାଲ ଦିନୁଷା, ନିରୋଶନ ଡିକୱେଲା (ୱିକେଟକିପର), ରମେଶ ମେଣ୍ଡିସ, ପ୍ରଭାତ ଜୟସୂର୍ଯ୍ୟ, କେଶରା ନୁୱନ୍ଥା, ମିଲାନ ରତ୍ନାୟକେ, ଅସିଥା ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା, ବିଶ୍ୱା ଫର୍ଣ୍ଣାଣ୍ଡୋ ଏବଂ ଦିଲଶାନ ମଧୁଶଙ୍କା।