ଭାରତ ବନ୍ଦ : ରାସ୍ତା ଖୋଳିଲେ ନକ୍ସଲ

ମାଲକାନଗିରି (ସୂର୍ୟ୍ୟକାନ୍ତ ବେହେରା) : ଜିଲ୍ଲା ସୀମାନ୍ତକୁ ଲାଗିରହିଥିବା ଛତିଶଗଡର ସୁକମା ଜିଲ୍ଲା ର ଜଗରଗୁଣ୍ଡା, କମାରଗୁଡା ଏବଂ ସୁକମା ଓ ଦାନ୍ତେୱାଡା ଜିଲ୍ଲା ସୀମାନ୍ତ ରେ ଥିବା ସମେଲୀ ଗ୍ରାମରେ ନକ୍ସଲ ସଂଗଠନ ଜିଲ୍ଲା ସଦର କୁ ସଂଯୋଗ କରିଥିବା ରାସ୍ତା ଗୁଡିକ ଖୋଳି ଦେବାର ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ବସବାସ କରୁଥିବା ଗରିବ ଆଦିବାସୀ ଲୋକମାନେ ସରକାରଙ୍କ ଦ୍ୱାରା ସୁବିଧା ଶିବିର ଯେଉଁଥିରେ କି ପ୍ରଶାସନ ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାସନ କାର୍ଡ ବନାଇବା ପାଇଁ କିଛି ଦିନ ହେଲା ପ୍ରଶାସନ ଦ୍ୱାରା ଶିବିର ଲଗାଯାଇଥିଲା କିନ୍ତୁ ନକ୍ସଲମାନଙ୍କ ଦ୍ୱାରା ଭାରତ ବନ୍ଦ ସମର୍ଥନ କରିବା ନାଁ ରେ ରାସ୍ତା ଖୋଳାଯିବା ଏବଂ ସୁରକ୍ଷାକର୍ମୀ ଙ୍କୁ ଲକ୍ଷ୍ୟ କରି ଆଇ.ଇ.ଡି ଲଗଇଥିବା ସନ୍ଦେହ କରି ଲୋକଙ୍କ ମନରେ ଭୟ ସୃଷ୍ଟି ହେବାରୁ ବର୍ତମାନ ସେଠାକାର ଲୋକମାନେ ଉକ୍ତ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଶିବିରରେ ଯୋଗ ଦେଇପାରୁ ନାହାନ୍ତି । ପୋଷ୍ଟର ରେ ନକ୍ସଲମାନେ ଆଜି କୃଷିକ ଆଇନ କୁ ବିରୋଧ କରିବା ଓ ଦଣ୍ଡକାରଣ୍ୟ ରେ ସମସ୍ତ ସ୍ଥାନରେ ଚକାଜାମ ଏବଂ ରାଲି କରିବା ପାଇଁ ଏହି ପୋଷ୍ଟରେ ନକ୍ସଲସଂଗଠନ ଦ୍ୱାରା ଲେଖାଯାଇଅଛି । ଗରିବ ଲୋକଙ୍କ ବିକାଶ କରିବା ନାଁ ରେ ବିକାଶ ରେ ବାଧା ସାଜିଛନ୍ତି ନକ୍ସଲ ଏହି ପରି କାର୍ୟ୍ୟକଳାପ ଯୋଗୁଁ ବର୍ତମାନ ସେଠାକାର ଗ୍ରାମବାସି ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।