ପ୍ରାଧାନ ଶିକ୍ଷକଙ୍କ କାର୍ଯ୍ୟକୁ ବିରୋଧ କରି ସ୍କୁଲ ଗେଟରେ ତାଲା ପକାଇଲେ ଗ୍ରାମବାସୀ

(ନରୋତ୍ତମ ପଣ୍ଡା): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ତେନ୍ତୂଳିମୁଣ୍ଡା ଗ୍ରମାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇଛନ୍ତି । ପ୍ରାଧନ ଶିକ୍ଷକ ସ୍କୁଲ ସମୟରେ ମଦ୍ୟପାନ କରିବା, ପାଠ ପଢାରେ ରେ ଅବହେଳା କରିବା, କ୍ଲାସ ସମୟରେ ଶୋଇବା , ସ୍କୁଲର ସମସ୍ତ କାର୍ଯ୍ୟରେ ମନମୁଖୀ ଶାସନ ଚଳେଇବା ପରି ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ସହ ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଛନ୍ତି । ହେଲେ ପ୍ରଶାସନ ପ୍ରଧାନ ଶିକ୍ଷକଙ୍କ ଉପରେ କିଛି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ସ୍କୁଲ କମିଟି ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ଧାରଣା ରେ ଦେଇଥିଲେ । ଘଟଣା ସ୍ଥଳରେ ଶିକ୍ଷା ଅଧିକାରୀ ପହଚିଂ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ପ୍ରଧାନ ଶିକ୍ଷକଙ୍କ ଉପରେ ବିହିତ କାର୍ଯ୍ୟନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଖୋଲା ଯାଇଥିଲା ।