ଡିସେମ୍ବର ୧ରୁ ବନ୍ଦ ହେବ ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍

(ରିପୋର୍ଟସଟୁଡେ): ଯେଉଁମାନଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମାଖାତା ରହିଛି ସେମାନେ ଡିସେମ୍ବର୧ରୁ ଆଉ ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌ର ସୁବିଧା ପାଇବେ ନାହିଁ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନିୟମ ଏସ୍‌ବିଆଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ)ର ନିୟମ ଆଧାରରେ ପାଳନ କରିବାକୁ ଯାଉଛି । ଯେଉଁମାନେ ଡିସେମ୍ବର ୧ ପୂର୍ବରୁ ବ୍ୟାଙ୍କରେ ନିଜର ମୋବାଇଲ ନମ୍ବର ରେଜିଷ୍ଟର କରି ନାହାଁନ୍ତି ତାଙ୍କୁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ମିଳିବ ନାହିଁ । ଅନ୍ୟ ଯେଉଁମାନେ ମୋବାଇଲ ନମ୍ବର ରେଜିଷ୍ଟର କରିଛନ୍ତି ସେମାନେ ପୂର୍ବପରି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ସୁବିଧା ନେଇ ପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।