(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ କୋଭିଡ କଟକଣା ଓ ଲକଡାଉନ ଯୋଗୁଁ ଅସୁବିଧାରେ ଚଳୁଥିବା କିନ୍ନର ମାନଙ୍କୁ ସୁଯୋଗ ସଂସ୍ଥା୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି।ପୁରୀ ପୌରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫୦ ଜଣ କିନ୍ନର ମାନଙ୍କୁ ଚୂଡା, ଚାଉଳ, ଚିନି, ପନି ପରିବା ସହିତ ସାନିଟାଇଜର ,ମାସ୍କ ଓ ସାବୁନ୍ ମଧ୍ୟ ବଣ୍ଟନ କରାଯାଇଛି ।ସାମାଜିକ , ସାଂସ୍କୃତିକ ଓ ଶୈକ୍ଷକ ଅନୁଷ୍ଠାନ ନିର୍ମାଣ ପୁରୀ ଓ ସୁଯୋଗ ଭୁବନେଶ୍ୱର ଦ୍ଵାରା ଏହି କାର୍ୟ୍ୟକ୍ରମ ଆୟୋଜିତ ହେଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିନାଥ ପାଢୀ ଏହି ବଣ୍ଟନ କାର୍ୟରେ ଯୋଗ ଦେଇ କିନ୍ନର ମାନଙ୍କ ପୁନର୍ବାସ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ କାର୍ୟ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ସେହିପରି ନାଲକୋର ପୂର୍ବତନ ସୁଯୋଗର ଅଧକ୍ଷ ଡଃ ତପନ କୁମାର ଚାନ୍ଦ ଭର୍ଚ୍ଚୁଆଲ ମୋଡ ମାଧ୍ୟମରେ ଯୋଗ ଦେଇ ସୁଯୋଗ ଅନୁଷ୍ଠାନ ଆଗାମୀ ଦିନରେ କିନ୍ନର ମାନଙ୍କ ଥଇଥାନ ପାଇଁ କାର୍ୟ୍ୟ କରିବ ବୋଲି କହିଥିଲେ। ପୁରୀ ଜିଲ୍ଲା କିନ୍ନର ମହାସଂଘ ସଭାପତି ପ୍ରିୟାଶୀଂ ଲକଡାଉନ ଯୋଗୁଁ କିନ୍ନରମାନେ ଅନେକ ଅଭାବ ଅସୁବିଧାରେ ଥିବା ଏବଂ ଏଭଳି ସମୟରେ ସୁଯୋଗ ଓ ନିର୍ମାଣ ଅନୁଷ୍ଠାନ ସେମାନଙ୍କୁ ସହଯୋଗ କରି ଥିବାରୁ ଧନ୍ୟବଦ ଦେଇଛନ୍ତି । ଏହି କାର୍ୟ୍ୟ କ୍ରମକୁ ଶିଶୁ କଲ୍ୟାଣ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ନିର୍ମାଣ ଅନୁଷ୍ଠାନର ସମ୍ପାଦକ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରସାଦ ମହାନ୍ତି, ଶ୍ରୀ ସତ୍ୟ ସୁନ୍ଦର ନାୟକ, ଶ୍ରୀ ବିଚି ପଟ୍ଟନାୟକ ସହଯୋଗ କରି ଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ସମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୨୮ ଜଣ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ଥିଲା।