( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରୁ ୯୮ ଜଣ ବରିଷ୍ଠ ନାଗରିକ ଋଷୁକେଶ ଓ ହରିଦ୍ୱାର ତୀର୍ଥଯାତ୍ରା ଅଭିମୁଖେ ଯାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୋନପୁର ଟାଉନ ହଲ୍ ଠାରେ ବିଭିନ୍ନ ବ୍ଳକ ରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଏକାଠି ହେବାପରେ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ପାଛୋଟି ଆଣି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ତିଥଯାତ୍ରର ଶୁଭାରମ୍ଭ କରିବା ପରେ ସୋନପୁରରୁ ଟିଟିଲାଗଡ଼ ଅଭିମୁଖେ ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ପୈ।ରପରିଷଦର ଇଓ ଅଶୋକ ମିଶ୍ର ତିଥଯାତ୍ରାର ଶୁଭକାମନକରିବା ସହ ତିଥଯାତ୍ରା ମାନଙ୍କ ସହ ଚାରିଜଣ ସରକାରୀ କର୍ମଚାରୀ ମାନଙ୍କୁ ପଠାଇଥିଲେ।