ସୂର୍ଯ୍ୟ ମନ୍ଦିର ସାଧାପଥର ଘଟଣାକୁ ନେଇ ପୁର୍ବତନ ମନ୍ତ୍ରୀ ବିଜୟ କୁମାର ମହାପାତ୍ର ପରିଦର୍ଶନ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା କୋଣାର୍କ ସୂର୍ଯ୍ୟ ମନ୍ଦିର ସାଧାପଥର ଘଟଣାରେ ସରକାର ଓ ପ୍ରତ୍ନତତ୍ୱ ବିଭାଗ ଏକ ମାସ ମଧ୍ୟରେ ଜଦି ଦୃଷ୍ଟି ନଦିଅନ୍ତି ତେବେ ଆଗମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ସୁର୍ଯ୍ୟ ମନ୍ଦିରକୁ ଗ୍ରସ୍ତରେ ଆସିଥିବା ପୁର୍ବତନ ମନ୍ତ୍ରୀ ବିଜୟ କୁମାର ମହାପାତ୍ର କୁହନ୍ତି । ଅନ୍ୟପଟେ ଏ ଏସ ଆଇ ସୁର୍ଯ୍ୟ ମନ୍ଦିରରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ବେଳେ କାହିଁକି ସୁର୍ଯ୍ୟ ମନ୍ଦିରକୁ ଅଣଦେଖା କରୁଛନ୍ତି ସେଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ ଦେବେ ବୋଲି କୁହନ୍ତି ପୁର୍ବତନ ମନ୍ତ୍ରୀ ବିଜୟ କୁମାର ମହାପାତ୍ର । ଅପରପକ୍ଷରେ ଗବେଷକ ଡଃ ଉପେନ୍ଦ୍ର କୁମାର ଭୋଳ ମନ୍ଦିର ଚଟାଣରେ କରାଯାଇଥିବା ମନ୍ଦିର ମାନଚିତ୍ର ଓ ମନ୍ଦିର ଉପରେ ଖୋଦିତ ହୋଇଥିବା ମୃତ୍ତି ଉପରେ ଘାସ ଓ ସିମୁଳିଆ ଦେଖି କ୍ଷେବ ପ୍ରକାଶ କରିବା ସହ ଏ ଏସ ଆଇ ଙ୍କୁ ଦାୟୀ କରିଛନ୍ତି ।