ୱାଲେଟ୍ ଏସବିଆଇ ବଡି କୁ ବନ୍ଦ କରିବାକୁ ଯାଉଛି ଏସବିଆଇ

( ରିପୋଟର୍ସ ଟୁଡ଼େ) ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ୩୦ ନଭେମ୍ବର ପରେ ଏହିି ସେବା ବନ୍ଦ କରିବାକୁ ଯାଉଛି ବ୍ୟାଙ୍କ । ନିଜର ୱାଲେଟ୍ ଏସବିଆଇ ବଡ଼ି କୁ ବନ୍ଦ କରିବାକୁ ଯାଉଛି ଏସବିଆଇ । ଯଦି ଆପଣଙ୍କର ଏହି ମୋବାଇଲ୍ ୱାଲେଟରେ ଟଙ୍କା ଅଛି ତେବେ ତୁରନ୍ତ ବାହାର କରିଦିଅନ୍ତୁ । ନିଜ ଗ୍ରାହକଙ୍କ ମାନଙ୍କୁ ଏନେଇ ସୂଚନା ଦେଇସାରିଲାଣି ଏସବିଆଇ । ତେବେ ଏଯାଏ ଜଣାପଡିନାହିଁ ଯେଉଁମାନଙ୍କ ୱଲେଟରେ ବାଲାନ୍ସ ଅଛି ତାହା ବନ୍ଦ ହେବ କି ନାହିଁ ।

ବ୍ୟାଙ୍କ୍ ନିଜ ୱେବସାଇଟ୍ ମାଧ୍ୟମରେ ଗ୍ରାହକଙ୍କୂ ସୂଚନା ଦେଇଛି ଯେ ୩୦ ନଭେମ୍ବର ପରେ ବନ୍ଦ ହୋଇଯିବ ଏସବିଆଇ ବଡ଼ି ।
୨୦୧୫ ରେ ୧୩ ଟି ଭାଷାରେ ଲଂଚ୍ କରିଥିଲା ଏସବିଆଇ ବଡ଼ି । ଏଥିରେ ମାଷ୍ଟରକାର୍ଡ ସର୍ଭିସ୍ ପ୍ରୋଭାଇଡର୍ ଥିଲା ଟେକନିକ୍ ପାର୍ଟନର୍ । ୨୦୧୭ ପର୍ୟ୍ୟନ୍ତ ଏସବିଆଇ ୱାଲେଟର ୧୨.୫୦୫ ମିଲିୟନ୍ ରେଜିଷ୍ଟରର୍ଡ ୟୁଜର ହୋଇଥିଲେ । ଏସବିଆଇ ପୂର୍ବରୁ ଏଚଡିଏଫସି ପେଜପେ ଏବଂ ଆଇସିଆଇସିଆଇ ପକେଟ୍ ନାମରେ ନିଜର ମୋବାଇଲ୍ ୱାଲେଟ୍ ଲଂଚ୍ କରି ସାରିଛନ୍ତି ।