୪୦ ଲକ୍ଷ ଟଙ୍କା ଲୁଟି ଫେରାର ଅଭିଯୋଗ ରେ ୨ ଗିରଫ

(ଆଦର୍ଶ ରାଉତ) ଏଟିଏମ ରେ ଟଙ୍କା ଡିପୋଜିଟ କରିବା ପାଇଁ ନେବା ବେଳେ ଲୋଭ ସମ୍ବାଳି ନପାରି ୪୦ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଦୁଇ ଜଣ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ଼ ଓ କ୍ୟାପିଟାଲ ଥାନାର ମିଳିତ ସହଯୋଗ ରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୩୮ ଲକ୍ଷ ଟଙ୍କା ଜବତ କରାଯାଇଛି । ରାଡ଼ିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥା ରେ ଏହି ଦୁଇ ଅଭିଯୁକ୍ତ କାମ କରୁଥିଲେ । କିନ୍ତୁ ଏଟିଏମ ରେ ଟଙ୍କା ଭରିବା ବଦଳରେ ଲୁଟି ନେବା ଅଭିଯୋଗ ରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ତାଙ୍କର ସହଯୋଗି କୁ ପୁଲିସ ଖୋଜିବାରେ ଲାଗିଛି ।