( ଓମ୍ ପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ଚଳିତ ଖରିଫ ପାଇଁ ଜିଲ୍ଲା ସଂଗ୍ରହ କ୍ରୟ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ନଭେମ୍ବର ୧୪ ତାରିଖରୁ ଜିଲ୍ଲାର ୯୩ଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଠାରୁ ଧାନକ୍ରୟ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି । ସରକାରୀ ନିର୍ଦ୍ଧିରିତ ଦର ସାଧାରଣ ମାନର ଧାନ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଏବଂ ଗ୍ରେଟ ‘ଏ’ ମାନର ଧାନ କୁଇଣ୍ଟାଲ ପ୍ରତି ୧୭୭୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସରକାରୀ ନିର୍ଦ୍ଧିରିତ ଦର ସାଧାରଣ ମାନର ଧାନ କୁଇଣ୍ଟାଲ୍ ପ୍ରତି ୧୭୫୦ ଟଙ୍କା ଏବଂ ଗ୍ରେଟ ଏ ର ମାନର ଧାନ କୁଇଣ୍ଟାଲ୍ ପ୍ରତି ୧୭୭୦ ଟଙ୍କା ଧାଯ୍ୟ କରାଯାଇଛି।ଜିଲ୍ଲାର ୬୪ ଟି କୄଷି ସେବା ସମବାୟ ସମିତି ୧୮ ଟି ଉପକେନ୍ଦ ଏବଂ ୧୧ ଟି ବଜାର କମିଟିର ମାକ୍ରେଟ ଜରିଆରେ ଧାନ ସଗ୍ରହ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି।ଚଳିତ ଖରିଫ ଋତୁ ରେ ଜିଲ୍ଲା ରେ ୨ ଲକ୍ଷ ୧୪ ହଜାର ୧୧୭ କୁଇଣ୍ଟାଲ୍ ଧାନ ସଗ୍ରହ ପାଇଁ ଧାଯ୍ୟ ହୋଇଥିବା ବେଳେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ୭ ଦିନ ମଧ୍ୟରେ ପ୍ରାପ୍ୟ ପଇଠ କରିବାକୁ ନିଦ୍ଧେଶ ଦିଆଯାଇଛି।ଏହି ବୈଠକରେ ସୋନପୁର ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କକରା ,ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ ସମେତ ସମସ୍ତ ମିଲରସ୍ ଓ ଅଗ୍ରଣି ଚାଷୀ ସଭ୍ୟ ଯୋଗଦେଇ ଧାନକ୍ରୟ ଜନିତ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ।