ମହାରାଷ୍ଟ୍ରରେ ସ୍ଥିତି ବେକାବୁ , ମିଳୁନି ବେଡ଼ ସହ ଅକ୍ସିଜେନ୍‌

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଇଛି । ସ୍ଥିତି ଏପରି ହେଲାଣି ଯେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ଆଉ ଶଯ୍ୟା ମଧ୍ୟ ଉପଲବ୍ଧ ନାହିଁ । ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଅନ୍ୟପଟେ ଦ୍ୱିତୀୟ ଭାରିଏଣ୍ଟର ପ୍ରଭାବ ଅଧିକ ଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଯୋଗୁଁ ଶ୍ମଶାନରେ ଧାଡି ଲାଗିଥିବା ଦେଖିବା ପାଇଁ ମିଳିଛି । ଅକ୍ସିଜେନ୍‌ ବା ଅମ୍ଳଜାନ ଅଭାବରୁ ଅନେକ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନେକେ ରୋଗୀଙ୍କୁ ଡାକ୍ତରଖାନାରେ ବେଡ୍‌ ମିଳୁ ନଥିବାରୁ ଛଟପଟ ହେଉଥିବା ଖବର ଆସୁଛି ।
ମଧ୍ୟପ୍ରଦେଶରେ ଅକ୍ସିଜେନ୍ ଯୋଗାଣ ଦୁଇ ଗୁଣ ବୃଦ୍ଧି କରାଯାଇଛି । ହେଲେ ଏହା ଏତେ ଅଧିକ ଯେ ତାହା ପୂରଣ ହୋଇ ପାରୁନାହିଁ ।