କରୋନା ନିୟମ ଉଲଂଘନ,୪ଦୋକାନ ବନ୍ଦ

(ନବରଙ୍ଗପୁର ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଯାହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଲାଗୁ କରାଯାଇଛି। ଦୋକାନ, ବଜାରରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିୟମ ଲାଗୁ କରାଯାଇଛି। କିନ୍ତୁ ବହୁ ସ୍ଥାନରେ ଏହାର ଉଲଂଘନ ହେଉଥିବା ଖବର ପାଇଁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା । ସହରରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୪ ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ସହରରେ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି। ତେବେ ଏଭଳି ଅନିୟମିତତା ଯଦି ଜାରି ରୁହେ ତେବେ କରୋନା ସଂକ୍ରମଣ ରୋକି ହେବନି ନାହିଁ ବୋଲି ଜଣାପଡୁଛି ।