ଆଜି ପବିତ୍ର ଦୀପାବଳି, ଉତ୍ସବ ମୁଖର ସାରା ଦେଶ

(ରିପୋର୍ଟସ ଟୁଡ଼େ): ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଚାରିଆଡ଼େ ଦୀପ ବାଣ ଓ ମିଠାର ଆସର । ସମଗ୍ର ଭାରତ ଉତ୍ସବ ମୁଖର । ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ରଙ୍ଗୋଲି ଦ୍ୱାରା ଘରଦ୍ୱାରକୁ ସଜେବାରେ ଲାଗିପଡିଛନ୍ତି ଲୋକେ । ସେହିପରି ଦିପ ଜଳାଇ ବାଣ ଫୁଟାଇ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ । ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଆଗାମୀ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପୌରାଣିକ ମତ ଅନୁସାରେ ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲଙ୍କା ଜୟ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ । ପୁରୁଷୋତ୍ତମଙ୍କ ଆଗମନ ପାଇଁ ଆଯୋଧ୍ୟାବାସି ଦୀପଜାଳି ସ୍ୱାଗିତ କରିଥିଲେ । ସେଥିପାଇଁ ଏହି ଦିନରେ ଦୀପ ଜଳା ଯାଇ ଦୀପାବଳି ପାଳନ କରାଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି ଲୋକମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ସେଥିପାଇଁ ଆଜି ଅଯୋଧ୍ୟ ନଗରୀ ତିନି ଲକ୍ଷ ଦୀପର ଆଲୋକରେ ଝଲସି ଉଠିବ ।

ଓଡ଼ିଶାରେ ଏକ ଭିନ୍ନ ଢଙ୍ଗରେ ଦୀପବଳି ପାଳନ କରାଯାଇଥାଏ । ବଡ଼ ବଡ଼ୁଆଙ୍କ ଉଦ୍ଦେଶ୍ୟରେ କାଉଁଡିଆ ଜାଳି ପରିବାର ଲୋକ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଥାଆନ୍ତି । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବାଇଶି ପାହାଚରେ ପିଣ୍ଡ ଦାନ କରି କାଉଁଡ଼ିଆ ଜାଳି ବଡ଼ ବଡ଼ୁଆଙ୍କୁ ଡାକୁଛନ୍ତି ।