ଛୋଟ ପିଲାଙ୍କୁ ଭିକ ନ ମଗାଇବା ଉଦ୍ଦେଶ୍ୟ: ମାଷ୍ଟର ଶର୍ମା

(ରିପୋର୍ଟସ ଟୁଡେ): ଛୋଟ ଛୋଟ ପିଲା ଭିକ ନ ମାଗିବା ଓ ସାମାଜରେ ପାଠ ପଢି ଶିକ୍ଷିତ ହେବା ଲକ୍ଷ୍ୟରେ ଦିଲ୍ଲୀର ଯୁବକ ମାଷ୍ଟର ଶର୍ମା ଭାରତର ୧୭ହଜାର କିଲୋମିଟର ପଦଯାତ୍ରା କରିବା ପାଇଁ ମନସ୍ତ କରିଛନ୍ତି । ଜାମ୍ମୁକାଶ୍ମୀରରୁ ବାହାରି ବର୍ତ୍ତମାନ ସୁଦ୍ଧା ସେ ପାଖା ପାଖି ୧୧ ହଜାର ୬୩୯ କିଲେମିଟର ଅତିକ୍ରମ କରିସାରିଲେଣି । ପ୍ରତ୍ୟେକ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସ୍କୁଲ , କଲେଜ ଓ ବୁଦ୍ଧିଜୀବୀ ମାନଙ୍କୁ ଭେଟି ସେ ଛୋଟ ପିଲା ମାନଙ୍କୁ କିପରି ଭାବରେ ଭିକ ମାଗିବାରୁ ବଞ୍ଚିତ କରି ସମାଜର ଭବିଷ୍ୟତ କରିହେବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । ଇଂଜିନିୟର ଶର୍ମାଙ୍କର ଏପ୍ରକାର ପଦକ୍ଷେପକୁ ସାଧାରଣ ଲୋକ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।