କମୁଛି ହିରାକୁଦ ଡ୍ୟାମର ଜଳ ପ୍ରଭାବ

(ରିପୋର୍ଟସ ଟୁଡେ) ଓଡ଼ିଶା ପାଇଁ କାଳ ହେବାକୁ ଯାଉଛି ଛତିଶଗଡ଼ର କଲ୍‌ମା ବ୍ୟାରେଜ୍। ଉପର ମୁଣ୍ଡରେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡ଼ ବ୍ୟାରେଜ୍‌ ଅଧିକାଂଶ ଗେଟ୍ ବନ୍ଦ କରିଦେବା ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ପ୍ରବାହ ଉଦ୍‌ବେଗଜନକ ଭାବେ ହ୍ରାସ ପାଇଛି।
ଯେଉଁଠି ଅକ୍ଟୋବର ୩୧ ସୁଦ୍ଧା ଡ୍ୟାମ୍‌ରେ ୬୩୦ ଫୁଟ୍ ପାଣି ରହିବା କଥା ସେଠି ଏବେ ୬୨୭ ଫୁଟ୍ ପାଣି ରହିଛି। ଫଳରେ ଆଗକୁ ଜଳସେଚନ, ଶିଳ୍ପ ଓ ବିଦ୍ୟୁତ୍ ଉତ୍ପାଦନରେ ଘୋର ସଙ୍କଟ ଦେଖାଦେବା ଆଶଙ୍କା ବଢ଼ିଯାଇଛି।