ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲଠାରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷାକୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କାଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ପ୍ରତି ଥିବା ନୈତିକ ଦାୟିତ୍ୱ ସମ୍ପାଦକ ସେବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ବକ୍ତବ୍ୟ ଦେଇଥିଲେ ।ବିଶେଷ କରି ପରିବାରର ବୟସ୍କ ବୄଦ୍ଧ ,ବୄଦ୍ଧା,ମାନଙ୍କର ଦୈନିକ ଜିବନର ହସ ଖୁସିରେ ବଜାୟ ରଖିବା ସହ ସ୍ୱାସ୍ଥ୍ୟ ଓ ଆହାର ବିହାର ପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ୟୁନିଟ ର ଅଧ୍ୟକ୍ଷ ସୁନିଲ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ ସଭାରେ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ବିଜୟଲକ୍ଷ୍ମୀ ଗୁରୁ, ଜିଲ୍ଲା ନ୍ୟାୟାଳୟ ର ସମ୍ଫାଦିକା ସୁନୀତା ପଟ୍ଟନାଏକ,ଜାତୀୟ ସ୍ୟାସ୍ଥ ମିଶନ ର ଜିଲ୍ଲା ସଯୋଜକ ଡ଼:ମୈ।ସୁମି ମିଶ୍ର,ଉପସ୍ଥିତ ଥିଲେ।ଏହି ଅବସରରେ ଟାଉନ ହଲ୍ ପରିସରରେ ବରିଷ୍ଠ ନାଗରିକ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲ। ।