( ରିପୋର୍ଟସଟୁଡେ): ବିଶ୍ୱ ସୁନ୍ଦରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଆଜି ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ନିଜ ପରିବାର ଏବଂ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛା ମିଳିଛି । ଏହି ମଧ୍ୟରେ ତାଙ୍କ ପତି ଅଭିଷେକ ବଚ୍ଚନ ତାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଐଶ୍ୱର୍ୟ୍ୟାଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି କି, ହାପି ବାର୍ଥ ଡେ ୱାଇଫ୍, ଆଇ ଲଭ୍ ୟୁ, ମାଇଁ ହାପି ପ୍ଲେସ୍ । ତେବେ କିଛି ଦିନ ପୂର୍ବରୁ ସେ ଆଉ ଏକ ଫଟୋ ସେୟାର କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ସେ ଘରେ ଏକ ପାର୍ଟି ଆୟୋଜନ କରିଥିଲେ । ଏହାପରେ ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଯାଇଥିଲେ । ଇନଷ୍ଟାଗ୍ରାମ୍ ପେଜରେ ଐଶ୍ୱାର୍ୟ୍ୟଙ୍କ ଜନ୍ମଦିନ ଫଟୋ ଶେୟାର କରା ଯାଇଛି । ଏଥିରେ ତାଙ୍କର ମା, ଝିଅ ଆରାଧ୍ୟା ଏବଂ ଅଭିଷେକଙ୍କ ସହ କିଛି ଲୋକ ଦେଖା ଯାଇଥିଲେ ।
ଅଭିଷେକ ଏବଂ ଐଶ୍ୱର୍ୟ୍ୟାଙ୍କ ଯୋଡି ପୁଣି ଥରେ ବଡ ପରଦାରେ ନଜର ଆସିବ । ଫିଲ୍ମ ଗୁଲାବ ଜାମୁନରେ ଦୁହେଁ ବହୁ ଦିନ ପରେ ଏକ ସହ କାମ କରୁଛନ୍ତି ।