ପାରାଦୀପ ବନ୍ଦର ପୁଣି ରଚିଲା ଆଉ ଏକ ରେକର୍ଡ

( ପ୍ରଶାନ୍ତ ସ୍ୱାଇଁ): ପାରାଦୀପ ବନ୍ଦରରେ ପ୍ରଥମ ଥରପାଇଁ ଏକ ନୁତନ ଗ୍ୟାନ କୌଶଳରେ ପଣ୍ୟ ଖଲାସ କରାଯାଇଛି । ଯାହାଜ ବର୍ଥୀଂ ନକରି ବର୍ଥ ଠାରୁ ଦୁରରେ ପାଣି ମଧ୍ୟରେ ରଖାଯାଇ ଏହି ଖଲାସ କାର୍ଯ୍ୟ କରାଯାଇଛି । ତେବେ ଏହା ପ୍ରଥମ ଥରପାଇଁ ପାରାଦୀପ ବନ୍ଦରରେ କରାଯାଇଛି ବୋଲି ଜଣାପଡିଛି ।ଏମଭି ଡେଲଫାଇନ୍ ନାମକ ଏହି ଜାହାଜ ଦ୍ୱାରା ମାଲେସିଆରୁ ପ୍ରାୟ ଆଠ ହଜାର ମେଟ୍ରିକ୍ ଟନ୍ ଏଡିବିଲ୍ ଅୟଲ ଆମଦାନୀ କରାଯାଇଛି । ତେଣୁ ଅଧିକ ସମୟ ଅପଚାୟ ଓ କମ ପଣ୍ୟ ପରିମାଣକୁ ଦୃଷ୍ଟିରେ ରଖି ବନ୍ଦର ଅଧକ୍ଷ ଙ୍କ ନିର୍ଦ୍ଦେଷ କ୍ରମେ ପାରାଦିପ ମେରାଇନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଅତ୍ୟନ୍ତ ସଫଳତାର ସହ ଜହାଜକୁ ବନ୍ଦର ଆକ୍ରେଜଂ ସ୍ଥାନରେ ରଖି ଏହି ଖଲାସ କାର୍ଯ୍ୟ କରିବାରେ ସଫଲତା ହାସଲ କରିଛନ୍ତି । ଯାହାଦ୍ୱାରା ବନ୍ଦରର ବର୍ଥ ବ୍ୟବହୃତ ନହୋଇ ଏହି କାର୍ଯ୍ୟ ସମ୍ପାଦନା କରାଯାଇଛି । ଯେଉଁ ଥିରେ ବନ୍ଦରର କ୍ଷମତା ବୃଦ୍ଧି ହେବା ସହିତ ରାଜସ୍ୱ ସଂଗ୍ରହରେ ମଧ୍ୟ ବେଶ୍ ସହାୟକ ହେବ ତେବେ ଏହି କାର୍ଯ୍ୟ ବନ୍ଦର ଅଧକ୍ଷଙ୍କ ଉଚିତ ପଦକ୍ଷପ ଓ ସାମୁଦ୍ରୀକ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ବନ୍ଦର ଉପ ସରଂକ୍ଷକ ପ୍ରକାଶ କରିଛନ୍ତି ।