(ରିପୋର୍ଟସ ଟୁଡେ) ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ଗତ ଏପ୍ରିଲ ମାସ ସୁଦ୍ଧା ରାଜଧାନୀର ସମସ୍ତ ସରକାରୀ କୋଠାକୁ ଭିନ୍ନକ୍ଷମ ଯାତାୟତ ଉପଯୋଗୀ କରିବାକୁ କୁହାଯାଇଥିଲେ ହେଁ ଏପର୍ୟ୍ୟନ୍ତ ତାହା ହୋଇପାରିଲାନି। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ରାଜଧାନୀର ୫୦% ସରକାରୀ କୋଠାକୁ ଭିନ୍ନକ୍ଷମଙ୍କ ଯାତାୟତ ଉପଯୋଗୀ କରିବାକୁ କୁହାଯାଇଛି। ଏହାସହ କଟକ, ପୁରୀ, ବାଲେଶ୍ବର, ବାରିପଦା, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବ୍ରହ୍ମପୁର, ଜୟପୁରରେ ୫୦% ସରକାରୀ କୋଠାକୁ ଡିସେମ୍ବର, ୨୦୧୯ ସୁଦ୍ଧା ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ଅର୍ଥ ବରାଦ କରିବାକୁ କୁହାଯାଇଛି।